କ୍ୱାର୍ଟର୍ସ ଖାଲି କରିବାର କଣ୍ଟ ପୂରିଲା: ଆଜି ଜବରଦଖଲକାରୀଙ୍କୁ କରାଯିବ ଖାଲି

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରବାସରୁ ଅଣଛାତ୍ର ହଟିବା ପରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜବରଦଖଲ ମୁକ୍ତ କରାଯିବ । ଆଜି ଭଡ଼ାଟିଆ ମୁକ୍ତ ହେବ କ୍ୟାମ୍ପସ।​​​​​​​ କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ ଖାଲି କରାଯିବ। ଏଥିପାଇଁ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯିବ । କ୍ୟାମ୍ପସରେ ପ୍ରଫେସର ଓ କର୍ମଚ‌ାରୀଙ୍କ ପାଇଁ ନିର୍ମାଣ ହୋଇଥିବା ୪୯ଟି କ୍ବାର୍ଟର୍ସ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। କିଏ ଭଡ଼ା ଲଗାଇଛନ୍ତି ତ ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ଯାଇନାହାନ୍ତି। କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟମାନକୁ ଭଡ଼ାରେ ଦେଇଛନ୍ତି। ମାସିକ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଆଦାୟ ମଧ୍ୟ କରୁଛନ୍ତି। କ୍ବାର୍ଟର୍ସଗୁଡ଼ିକ ଜରାଜୀର୍ଣ୍ଣ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ତାହାକୁ କେହି ଖାତିର କରୁନାହାନ୍ତି। ବରଂ ମାସିକ ଭଡ଼ା ଆଦାୟ କରି ଦଲାଲ୍‌ମାନେ ମାଲେମାଲ୍‌ ହେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ। ‘ଅପରେସନ୍‌ ଅଣଛାତ୍ର’ ପରେ ଛାତ୍ର ଓ ପୂର୍ବତନ ଛାତ୍ରଙ୍କ ଦାବି ମୁତାବକ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ‘ଅପରେସନ୍‌ ଅଲ୍‌ଆଉଟ୍‌’ ହାତକୁ ନେଇଛନ୍ତି। ଯେଉଁଥିରେ କ୍ବାର୍ଟର୍ସଗୁଡ଼ିକର ସର୍ଭେ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।ଗତକାଲି ଛାତ୍ର ସଂଗଠନ କୂଳପତି ଅଫିସ ଘେରିଥିବା ସତ୍ତେ୍ୱ ଆଜି ପୁଣି ଶତାଧିକ ଛାତ୍ର ଅଫିସକୁ ଘେରିଥିଲେ । ସମାନ ଦାବିରେ ସେମାନେ ୨ ଘଣ୍ଟା ଧରି ଅଫିସ ସାମ୍ନାରେ ଧାରଣା ଦେଇଥିଲେ । ଶିକ୍ଷାନୁଷ୍ଠାନରୁ ଜବରଦଖଲ ହଟାଇ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ଜିଦ୍‌ରେ ଅଟଳ ରହିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଛାତ୍ର । ତେବେ କ୍ୟାମ୍ପସରେ ଥିବା ବସ୍ତିକୁ ହଟାଇବା ପାଇଁ ଅଧିକ ସମୟ ଦିଆଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital