ଖରିଆରରେ ନବୀନଙ୍କ ରୋଡ ସୋ

ନୂଆପଡାରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆପଡଶରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଖରିଆରରେ ନବୀନ ରୋଡ କରୁଛନ୍ତି ।ରୋଡ୍‌ ସୋ’ରେ ନୂଆପଡ଼ାରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍‌ବୋଧନ ଦେବେ। ଦିନ ୩ଟାରେ ନୂଆପଡ଼ାର ପାରକୋଡ଼ରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଗତ ୩ ତାରିଖରେ କୋମନାରେ ନବୀନ ଜନସଭା କରିବା ସହ ଲୋକଙ୍କୁ ସମ୍ବୋଦନ କରିଥିଲେ । ପଛୁଆ ନୂଆପଡା ଜିଲାକୁ ବିକଶିତ କରିଥିଲେ ନବୀନ । ଲୋକଙ୍କ ସମର୍ଥନ ରହିଛି ଓ ଆଗକୁ ରହିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ

Odisha Darpan Digital