lରାୟଗଡ:-ଅଦ୍ୟ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକାରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ରାୟଗଡାଠାରେ ଧାନ ମଣ୍ଡି ଉଦଘାଟନ ହୋଇଅଛି । ଏହି ଉଦଘାଟନ ସମାରୋହରେ ଶ୍ରୀ ଦାଶରଥି ସୋରେନ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ରାୟଗଡା, ଶ୍ରୀ ସୀତାପତି କରୁଣାକାର ମାଝୀ, ଉପନିବନ୍ଧକ, ସମବାୟ ସମିତି ସମୂହ, ରାୟଗଡା, ଶ୍ରୀ ବାଲାଗାଡି ତିରୁପତି, K.C.C, Bank Director ଓ ଶ୍ରୀ କେ. ଏସ ରାଜୁ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ରାୟଗଡା ଉପସ୍ଥିତ ଥିଲେ । ଏହି ସମାରୋହରେ ମଧ୍ୟ ସମ୍ପୃକ୍ତ ଭିଭାଗୀୟ ଅଧିକାରୀ ବୃନ୍ଦ, ଚାଷୀ ଏବଂ ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ । ଏହି ଶୁଭାରମ୍ଭ କାର୍ଯକ୍ରମ ଅବସରରେ ଚାଷୀ ମାନଙ୍କୁ FAQ ମାନର ଧାନ ମଣ୍ଡିକୁ ଆଣି ବିକ୍ରି କରିବା ସହିତ ସରକାରଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ @ ୨୩୦୦ ଟଙ୍କ। କୁଇଣ୍ଟାଲ ପ୍ରତି ଏବଂ ଇନପୁଟ୍ ସହାୟତା @ ୮୦୦ ଟଙ୍କ। (ସର୍ବମୋଟ @୩୧୦୦ ଟଙ୍କ। କୁଇଣ୍ଟାଲ ପ୍ରତି)ର ଲାଭ ଉଠେଇବା ପାଇଁ ସଚେତନ କରାଗଲା ।