ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା

ଇଂଜିନିୟରିଂ ପିଲାଙ୍କୁ ରାତ୍ର ଭୋଜନରେ ଦିଆଯାଇଥିବା ଆଳୁ ତରକାରୀରେ ବାହାରିଲା ମଲା ଝିଟିପିଟି ସହ ବିଛା। ଯାହାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।ଶୁକ୍ରବାର ରାତିରେ ପିଲାମାନଙ୍କୁ ରାତି ଭୋଜନରେ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା। ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପିଲାଙ୍କୁ ବୁଝାସୁଝା କରି ହଷ୍ଟେଲ ଭିତରକୁ ପଠାଇ ଦେଇଥିଲେ।ଜଣେ ଇଂଜିନିୟରିଂ ଛାତ୍ର କହିଛନ୍ତି, ରାତ୍ରି ଭୋଜନରେ ଆଳୁ ତରକାରୀରେ ଦିଆଯାଇଥିଲା। ଏଥିରୁ ଝିଟିପିଟି ଓ ବିଛା ବାହାରିଥିଲା। ପୂର୍ବରୁ ସୟାବିନ୍ ତରକାରୀରେ ପୋକ ବାହାରିଥିଲା।

ଅଧିକ ପଢନ୍ତୁ

Odisha Darpan Digital