ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଏଥି ପାଇଁ ଆୟୋଜକ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସବୁଜ ଘାସ ଗାଲିଚା ଓ ଫ୍ଲଡ୍ ଲାଇଟ୍ରେ ଝଲସୁଥିବା ବାରବାଟୀ ଷ୍ଟାଡିୟମ୍ ଏବେ ଭାରତ, ଇଂଲଣ୍ଡ ଦଳର ଖେଳାଳିଙ୍କୁ ଅପେକ୍ଷା କରିଛି।ଏହି ଅବସରରେ ଖେଳାଳୀଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେମାନଙ୍କ ପାଇଁ ପ୍ରାୟ ୩ ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ । ଏଥିରେ ରହିଛି ୨୦-୨୫ ପ୍ରକାର ନୂଆ ଓଡ଼ିଆ ଖାଦ୍ୟ । ତେବେ ଏହି ଖାଦ୍ୟ ଭିତରେ ସ୍ବତନ୍ତ୍ର ରହିଛି ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼ । ଯାହା ଖାଣ୍ଟି ଘିଅରେ ପ୍ରସ୍ତୁତ ହେବ । ଯାହାର ସ୍ବାଦ ପ୍ରଥମ କରି ବିଦେଶୀ ଖେଳାଳି ମାନେ ଚାଖିବେ ।
ଏହି ଖାଦ୍ୟ କମ୍ ତେଲରେ ଓ ସୁଗାର ଫ୍ରି ଖାଦ୍ୟ ପ୍ରସ୍ତୁତ ହେବ । ଓଡ଼ିଆ ସହ, କଣ୍ଟିନେଣ୍ଟାଲ, ଚାଇନିଜ୍, ଇଟାଲିଆନ, ମେକ୍ସିକାନ୍, ଉତ୍ତର ଭାରତୀୟ ଆଦି ଖାଦ୍ୟ ପରସା ଯିବ । ମ୍ୟାଚ୍ ଥିବାରୁ ଖେଳାଳିମାନଙ୍କୁ ରେଡ୍ ମିଟ୍ ପରିବର୍ତ୍ତେ ହ୍ୱାଇଟ୍ ମିଟ୍ ପରସା ଯିବ ।