ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍ ଘୋଷଣା କରିଥିଲେ GST ସଂସ୍କାର । ଆଉ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକ ଦୀପାବଳି ପୂର୍ବରୁ ଲାଗୁ କରାଯିବ । ଆସନ୍ତା ସପ୍ତାହରେ ବସିବାକୁ ଯାଉଛି GST ପରିଷଦ ବୈଠକ । ବିଶେଷକରି ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଉପରୁ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ମଳିଛି । ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା, ଚପାତି, ଆଦି ଖାଦ୍ୟ ସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ଼ କରାଯିବ । ସେହପରି ଶିକ୍ଷା କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ ।ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି । ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଟାକ୍ସ ଭାର କମିବ । ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବାର ଅଛି ।
