ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।ରବିବାର ବିଳମ୍ବିତ ରାତିରେ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳୁ ସକାଳୁ କୌଣସି ଲୋକ ଘରର କବାଟ ଖୋଲିନଥିଲେ । ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା । ମେଡିକାଲରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଫୁଡ୍ ପଏଜନିଂ ହେଉ ଅବା ଅନ୍ୟ କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ତାହା ଏବେ ଯାଏଁ ଜଣାପଡିନାହିଁ । ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।
