ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖବଜାରରେ ଚଢ଼ାଉ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇଛି । ରାଜ୍ୟରେ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ପନିପରିବାର ଦରବୃଦ୍ଧିକୁ ରୋକିବା ପାଇଁ ବିଭାଗର ବିପ୍ପଣୀ ଗୁପ୍ତବାର୍ତ୍ତା (Marketing Intelligence) କ୍ଷେତ୍ର କର୍ମଚାରୀ ମାନଙ୍କ ଦ୍ଵାରା ରାଜ୍ୟର ପ୍ରମୁଖବଜାରରେ ଯାଞ୍ଚ କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ଅନେକ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ସ୍ଥାନୀୟ ଋତୁକାଳୀନ ଫସଲ ନଷ୍ଟ ହୋଇଥବାରୁ ଏବଂ ଚାହିଦା ପାଇଁ ଝାଡଖଣ୍ଡ , ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ତଥା କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ଦୃଷ୍ଟିରୁ ଗତ କିଛିଦିନ ରାଜ୍ୟରେ ଦରଦାମ ବୃଦ୍ଧି ଲକ୍ଷ୍ୟ କରାଯାଇଛି । ମାତ୍ର ବଜାରକୁ ସ୍ଥାନୀୟ ଫସଲର କିଛି ମାତ୍ରାରେ ଆମଦାନୀ ହେଉ ଥିବାରୁ ବର୍ତ୍ତମାନ ବଜାରରେ ପନିପରିବାର ସାମାନ୍ୟ ଦର ହ୍ରାସ ଘଟୁଅଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସ୍ଥାନୀୟ ଋତୁକାଳୀନ ଫସଲ ବହୁଳ ମାତ୍ରାରେ ବଜାରକୁ ଆସିବାର ସମ୍ଭାବନା ଥିବାରୁ ପନିପରିବା ଦର ହ୍ରାସ ଘଟିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ