ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ ମାମଲା, ଅଭିଯୁକ୍ତକୁ ଗିରଫ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ।। ଅଭିଯୋଗ ମୁତାବକ ନିରଞ୍ଜନ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଏକ ଜମି ଦେବା ନାମରେ ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଜମି ଜମି ଦେଇନଥିଲେ । ଏ ବାବଦରେ ସେ ମନ୍ତ୍ରୀଙ୍କୁ ଏକ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ହେଲେ ସେ ଚେକ୍ ବାଉନ୍ସ ହୋଇଯାଇଥିଲା । ଏନେଇ ମନ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ନିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଆଜି ପୂର୍ବାହ୍ନରେ ନିରଞ୍ଜନ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ପଚରାଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣାଯାଇପାରେ ବୋଲି ଏସପି ଅଭିନବ ସୋନକର କହିଛନ୍ତି ।

ଅଧିକ ପଢନ୍ତୁ