ଆଜି ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଏଠାରେ ବିମାନ ଓ ରେଳ ଟିକଟ ସୁବିଧାରେ ଉପଳବ୍ଧ କରାଯାଇଛି ଏବଂ ପର୍ଯ୍ୟଟନପାଇଁ ମଧ୍ୟ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି ।ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ । ଏତଦ୍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ମଧ୍ୟ ଉପକୃତ ହୋଇପାରିବେ । କାରଣ ଏହାର ଆଖପାଖରେ ବିଶେଷ କିଛି ସୁବିଧା ନାହିଁ ।
