ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଗସ୍ତ ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାମପାଲ କଶ୍ୟପଙ୍କୁ ଜୋତା ପିନ୍ଧାଇ ବଡ଼ପଣର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଦୃଦୟ ଜିତି ପାରିଛି । ପ୍ରଧାନମନ୍ତ୍ରୀ ପୂର୍ବରୁ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।ହରିୟାଣାର ଯମୁନାନଗରରେ ଆଜି କୈଥଲର ରାମପାଲ କଶ୍ୟପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି। ଆଜି ହରିୟାଣା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ କଶ୍ୟପ ୧୪ ବର୍ଷ ପୂର୍ବରୁ ପ୍ରତିଜ୍ଞା କରିଥିଲେ ଯେ ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନ କରିବେ ଓ ସେ ତାଙ୍କ ସହ ସାକ୍ଷାତ ନ କରିବେ, ସେପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଷୟ ଜାଣିବା ପରେ ଆଜି ଶ୍ରୀ କଶ୍ୟପଙ୍କୁ ନିମନ୍ତ୍ରଣ କରିଥିଲେ। ଜୋତା ପିନ୍ଧାଇଥିଲେ
