ଖୁବଶୀଘ୍ର ଅଙ୍ଗନଓ୍ବାଡି କର୍ମୀଙ୍କ ବଢିବ ଦରମା !

ଖୁବଶୀଘ୍ର ବଢିପାରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ଏନେଇ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ।ରାଜସ୍ଥାନର ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଛନ୍ତି ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।ଯଦି ଉପମୁଖ୍ୟମନ୍ତ୍ରୀଙ୍କ ଦାବି ଉପରେ ମୋହର ବାଜେ ତାହେଲେ ଅଙ୍ଗନଓ୍ବାଡି କର୍ମୀ ସର୍ବାଧିକ ସକ୍ଷମ ହେବେ । ଏହାସହ କାର୍ଯ୍ୟରତ ମହିଳାଙ୍କ ନିମନ୍ତେ ହଷ୍ଟେଲ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢନ୍ତୁ

kc ads