ଖୁବଶୀଘ୍ର ଏଟିଏମ୍‌ରୁ ସହଜରେ ମିଳିବ ଇଫିଏଫ୍ଓ ଟଙ୍କା ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପେନ୍‌ସନ ପେମେଣ୍ଟ ସିଷ୍ଟମ (ସିପିପିଏସ୍‌) ର ଲାଗୁ କରିବାର କାର୍ଯ୍ୟ ସମାପ୍ତ କରିଛି। ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ ଘୋଷଣା କରିଛନ୍ତି । ମାଣ୍ଡିଭ୍ୟ କହିଛନ୍ତି ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର ବ୍ୟାକିଂ ସିଷ୍ଟମ୍‌ ଭଳି ସୁବିଧା ଯୋଗାଇବ । ଏହାସହିତ ଇପିଏଫଓ ୱେବସାଇଟ୍ ଗ୍ରାହକଙ୍କ ପାଇଁ ଆହୁରି ସହଜ ହେବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇପିଏଫ୍ଓ- ୩.୦ ଲାଗୁହେଲେ ଏହାର ସଦସ୍ୟଙ୍କୁ ମିଳିବ ଏକ ସ୍ବତନ୍ତ୍ର ଏଟିଏମ୍ କାର୍ଡ । ୱେବସାଇଟ୍‌ରେ ଥିବା ସବୁ ସମସ୍ୟାକୁ ଜାନୁଆରୀ ମାସ ଶେଷ ସୁଦ୍ଧା ସମାଧାନ କରିଦିଆଯିବ ।

ଅଧିକ ପଢନ୍ତୁ