ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏହି ସେବା ।ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ । ଭୌଗଳିକ ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ କାର୍ଗୋ ଏୟାର ପୋର୍ଟ ପାଇଁ ଝାରସୁଗୁଡ଼ା ଉପଯୁକ୍ତ ସ୍ଥାନ । ତେବେ କମ୍ ଅବଧି ଯୁକ୍ତ ଖାଦ୍ୟସାମଗ୍ରୀ ହେଉ ଅଥବା ଅନ୍ୟ କୌଣସି ଦ୍ରବ୍ୟ ସ୍ଥାନାନ୍ତର କରିବାରେ ଏହି ସେବା ବିଶେଷ ସହାୟକ ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରିବହନ ଆରମ୍ଭ କରାଯିବ ପରେ ଆବଶ୍ୟକତା ଅନୁଯାୟୀ ବୃହତ ଏୟାର କାର୍ଗୋ ପରିବହନ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
