ଖୁବ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନ ଦେଖିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମନ୍ତବ୍ୟ ଦେଇଛନ୍ତି । ମହିଳା କମିଶନଙ୍କ ଭୂମିକାକୁ ନେଇ ସରକାର ନୋଟିସ କରିଥିଲେ । ଏନେଇ ତାଙ୍କୁ ସୋ- କଜ୍ ମଗାଯାଇଥିଲା । କାଲି ନିବୃତ କରାଯାଇଛି ।ସରକାର ମୀନତିଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମୀନତିଙ୍କୁ ପଦରୁ ହଟାଯିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇଟି ପ୍ରସଙ୍ଗରେ ମହିଳା କମିସନଙ୍କ ଭୂମିକାକୁ ନେଇ ସରକାର ଚିଠି କରିଥିଲେ। ଏପରିକି ମହିଳା କମିସନ ନିଜ ଦାୟିତ୍ବକୁ ସୂଚାରୁରୂପେ ତୁଲାଇପାରିନାହାନ୍ତି। ଯେଉଁଥିପାଇଁ ତାଙ୍କୁ ପଦରୁ ନିବୃତ୍ତ କରାଯାଇଥିବା ସେ କହିଛନ୍ତି।