ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ତେବେ ସରକାର ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରିଛନ୍ତି। ଏଣିକି ଏହା ‘ପଂଚସଖା ଶିକ୍ଷା ସେତୁ’ ନାମରେ ନାମିତ ହେବା ସହ ଏହାର ଅଧ୍ୟକ୍ଷ ଓ ଏକ୍ସ ଅଫିସୋ ଚେୟାରମ୍ୟାନ ଭାବେ ମୁଖ୍ୟ ସଚିବ ରହିବେ। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ସମ୍ପତ୍ତି, କର୍ମଚାରୀ ଓ ପାଣ୍ଠିକୁ ‘ପଂଚସଖା ଶିକ୍ଷା ସେତୁ ସଂଗଠନ’କୁ ସ୍ଥାନାନ୍ତର ହେବ। ଏହି ଯୋଜନାର ଅନ୍ୟ ସବୁ ସର୍ତ୍ତାବଳୀ ପ୍ରାୟତଃ ସମାନ ଥିଲାବେଳେ ଗୋଟିଏ ସ୍କୁଲକୁ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ମ୍ୟାଚିଙ୍ଗ ଫଣ୍ଡ’ ରାଜ୍ୟ ସରକାର ଦେବେ।

ଏଭଳି କିଛି ପ୍ରାବଧାନ ସହ ସ୍କୁଲଶିକ୍ଷାରେ ସରକାର ଓ ନାଗରିକଙ୍କ ମଧ୍ୟରେ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ‘ପଂଚସଖା ଶିକ୍ଷା ସେତୁ’କୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି|ଏଥିସହିତ ହଷ୍ଟେଲ, ଲ୍ୟାବ, ଲାଇବ୍ରେରି, ଇଣ୍ଟରନେଟ, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ ପ୍ରଭୃତି ନିର୍ମାଣ ସହିତ ଭିତ୍ତିଭୂମିର ବିକାଶ ଭଳି ବିଭିନ୍ନ କାମ ପାଇଁ ଭିନ୍ନଭିନ୍ନ ସୂତ୍ରରୁ ଦାନ ଆକାରରରେ ମଧ୍ୟ ପାଣ୍ଠି ମଧ୍ୟ ଗ୍ରହଣ କରାଯିବ। ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ତଥା କର୍ମଚାରୀ ନିଯୁକ୍ତ ହେବେ। ଯୋଜନା ସମ୍ବନ୍ଧୀୟ ସମସ୍ତ ଦୈନନ୍ଦିନ ବ୍ୟାପାର ପରିଚାଳନା ନିମନ୍ତେ ଏକ କାର୍ଯ୍ୟନିର୍ବାହୀ ସଂଗଠନ ରହିବ। ଏହାକୁ ସହଯୋଗ କରିବା ଲାଗି ଏକ ଗଭର୍ଣ୍ଣିଂବଡି ଏବଂ ଏକ ପରାମର୍ଶଦାତା ବୋର୍ଡ ରହିବ।

ଅଧିକ ପଢନ୍ତୁ

Odisha Darpan Digital