ଖୁବ୍ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ କେନ୍ଦ୍ରୀୟ ଟିମ୍ର ଆଲୋଚନା ହୋଇଛି।ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ କରିଛି ଆଲୋଚନା । କିଭଳି ସବୁ ଲୋକ ଏହି କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବେ ତା ଉପରେ ହେଉଛି ଆଲୋଚନା । କେନ୍ଦ୍ରୀୟ ଟିମର ଆଲୋଚନା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏଥିସହ ସଚିବ ଆଶା କରୁଛନ୍ତି କି, ନୂଆ ଆର୍ଥିକ ବର୍ଷ ପୂର୍ବରୁ ଏହି ଯୋଜନା ଲାଗୁ ହେବା ନେଇ ଆଶାବାଦୀ ଥିବା କହିଛନ୍ତି ସଚିବ ।