ଖୁବ୍‌ଶୀଘ୍ର ଲାଗିବ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ।

ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ । ଶୁକ୍ରବାର କେନ୍ଦ୍ର ସରକାର ଜାରି କରି କରିଥିବା ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ଆକ୍ଟରେ ଏଭଳି ନିୟମ କରିବାର ଯୋଜନା ରହିଛି।କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରିଛି। କେନ୍ଦ୍ର ସରକାରଙ୍କର ଏହି ଯୋଜନା ବାବଦରେ ଲୋକେ MyGov.in ୱେବ୍‌ସାଇଟ୍‌ରେ ଯାଇ ଫେବ୍ରୁଆରୀ ୧୮ ମଧ୍ୟରେ ନିଜର ମତ ରଖିପାରିବେ। ମତ ଅନୁସାରେ ଏଥିରେ ପରିବର୍ତ୍ତନ କରାଯିବ। ନଚେତ୍ ସରକାର ଡ୍ରାପ୍ଟ ହୋଇଥିବା ନିୟମକୁ ଦେଶର ଲାଗୁ କରିବେ।୨୦୨୫ ମସିହା ଫେବୃୟାରୀ ୧୮ ତାରିଖ ପର୍ଯ୍ୟନ୍ତ ଲୋକେ ନିଜର ମତାମତ ଦେଇପାରିବେ ।

ଫେବୃଆରୀ ୨୮ ତାରିଖ ପରେ ଲୋକଙ୍କ ପରାମର୍ଶ ଉପରେ ବିଚାର କରାଯିବ । ଏହି ଚିଠା ଆଇନରେ ପିଲାମାନଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷା ପାଇଁ କଠୋର ପଦକ୍ଷେପ ଆପଣାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ଆଇନର ଉଲ୍ଲଂଘନ କଲେ କମ୍ପାନିକୁ ୨୫୦ କୋଟି ଟଙ୍କା ପର୍ୟ୍ୟନ୍ତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ତଥ୍ୟ ପ୍ରକ୍ରିୟାକରଣ ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବାକୁ ଚିଠା ଆଇନରେ ବ୍ୟବସ୍ଥା କରାଯାଇଛି । ଏଥିରେ ଇ-କମର୍ସର ମଧ୍ୟ ସଂଜ୍ଞା ନିର୍ଧାରଣ କରାଯାଇଛି । ଅନଲାଇନ୍ ଗେମିଂରେ ମଧ୍ୟସ୍ଥ ସଂସ୍ଥାର ମଧ୍ୟ ସଂଜ୍ଞା ଧାର୍ୟ୍ୟ କରାଯାଇଛି । ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟାନ କରିଥିବା ବେଳେ ଏହି ପଦକ୍ଷେପକୁ ବେଶ ସ୍ୱାଗତ କରାଯାଇଥିଲା ।

ଅଧିକ ପଢନ୍ତୁ