ଆଜିର ସରକାରରେ କୌଣସି ଅପରାଧୀ କୁ ଘଣ୍ଟ ଘୋଉଡ଼ାଯିବ ନାହିଁ |ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅତୀତ ରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବ ଭାରତୀୟ ସ୍ଥରରେ କମ ରହିଛି । ଆଗାମୀ ଦିନ ରେ ସରାକର ଉଚ୍ଚ ନ୍ୟାୟାଳୟ କୁ ଅନୁରୋଧ କରିବାକୁ ଯାଉଛନ୍ତି, ରାଜ୍ୟ ରେ 4 ଟି ମହିଳା ସଂକ୍ରାନ୍ତୀୟ କୋର୍ଟ କରାଯିବ ।ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପୃଥ୍ବୀରାଜ ଏହା କହିଛନ୍ତି | ତେବେ ଫାଷ୍ଟ ଟ୍ରାକ କୋର୍ଟ କରାଯିବ, ଯଉଁଥିରେ ମହିଳା ସଂକ୍ରାନ୍ତୀୟ ଅପରାଧ କେଶ ଗୁଡିକ ର ବିଚାର କରାଯିବ । କେଶ ଗୁଡିକର ଓକିଲ ମଧ୍ୟ ମହିଳା ରହିବେ । ଯେଉଁଥିରେ ପୀଡିତା ମହିଳା ଙ୍କୁ କୌଣସି ଅସୁବିଧା ର ସମୁଖୀନ ହେବାକୁ ପଡିବ ନାହିଁ
