ଖୁବଶୀଘ୍ର ଦୂରଦର୍ଶନରେ ପ୍ରସାରିତ ହେବ ସାନ୍ତାଳି ଖବର । ଆସନ୍ତା ସପ୍ତାହ ସୁଦ୍ଧା ସାନ୍ତାଳୀ ନ୍ୟୁଜ ପଢା ଆରମ୍ଭ ହେବ । ବାଙ୍ଗିରିପୋଷିରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସାନ୍ତାଳୀ ଭାଷାରେ ନ୍ୟୁଜ ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା। କଳିଙ୍ଗ ଟିଭି ଓଡ଼ିଶାର ପ୍ରଥମ ଏକମାତ୍ର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଯେଉଁ ଥିରେ ସାନ୍ତାଳୀ ଭାଷାରେ ଖବର ପ୍ରସାରିତ ହୋଇଆସୁଅଛି ।
ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ୍ ସଂଖ୍ୟାଲଘୁ ଅଟନ୍ତି। ନେପାଳରେ ମଧ୍ୟ ଅନେକ ସାନ୍ତାଳ ଜନଜାତି ଲୋକ ବସବାସ କରନ୍ତି। ସାନ୍ତାଳ ଶଦ୍ଦ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ତତ୍କାଳୀନ ସିଲଦାର ବାସୀନ୍ଦା ସାଓ୍ବନ୍ତ ମାନଙ୍କୁ ବୁଝାଏ।ସାନ୍ତାଳ ମାନେ ସାଧାରଣତଃ ଓଡିଶା, ବିହାର ଏବଂ ଆସାମରେ ବସବାସ କରନ୍ତି।