ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି ।ମଙ୍ଗଳବାର ଦିନ ନାସା ପକ୍ଷରୁ କୁହାଯାଇଛି ଯେ ସ୍ପେସଏକ୍ସ ଆଗାମୀ ମହାକାଶ ଉଡାଣ ପାଇଁ କ୍ୟାପସୁଲ ପରିବର୍ତ୍ତନ କରିବ ତେଣୁ ବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ବଦଳରେ ମମାର୍ଚ୍ର ମଧ୍ୟଭାଗରେ ହିଁ ଫେରାଇ ଅଣାଯିବ।ସୁନିତା ୱିଲିୟମ୍ସ ଗତ ବର୍ଷ ଜୁନ୍ ୫ରେ ବୁଚ୍ ୱିଲମୋରଙ୍କ ସହ ଆଇଏସଏସ (ISS)ରେ ପହଞ୍ଚିଥିଲେ । ତାଙ୍କୁ ଏକ ସପ୍ତାହ ପରେ ଫେରିବାର ଥିଲା । ଦୁହେଁ ବୋଇଂର ନୂତନ ଷ୍ଟାରଲାଇନର୍ କ୍ୟାପସୁଲ୍ ଟେଷ୍ଟ ପାଇଁ ଯାଇଥିଲେ । କିନ୍ତୁ ଏଥିରେ ତ୍ରୁଟି ଦେଖାଦେବା ପରେ ସେମାନେ ଆଇଏସଏସରେ ହିଁ ଫସି ଯାଇଥିଲେ । ଏବେ ସେହିଠାରେ ହିଁ ସେମାନେ ଫସି ରହିଛନ୍ତି ।
ପୂର୍ବରୁ ନାସା ଚଳିତ ଫେବୃୟାରୀରେ ସୁନୀତା ଓ ବୁଚ୍ ୱିଲମୋରଙ୍କୁ ଏଲନ୍ ମସ୍କଙ୍କ କମ୍ପାନୀ SpaceXର ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଫେରାଇ ଆଣିବା ବିଷୟରେ ସୂଚନା ଦେଇଥିଲା । କିନ୍ତୁ ଏହା ହୋଇପାରି ନାହିଁ ।ସୂଚନା ଅନୁଯାୟୀ, ମିଶନ ପ୍ରସ୍ତୁତି ଏବଂ ଏଜେନ୍ସିର ଉଡ଼ାଣ ପ୍ରସ୍ତୁତି ପ୍ରକ୍ରିୟାର ବୈଧତା ସମାପ୍ତ ହେବା ପରେ ଏଜେନ୍ସିର କ୍ରୁ-୧୦ ଉତକ୍ଷେପଣ ପାଇଁ ମାର୍ଚ୍ଚ ୧୨ ତାରିଖ ଲକ୍ଷ୍ୟ ରହିଛି ବୋଲି ନାସା ପକ୍ଷରୁ କୁହାଯାଇଛି।