ଖୁବ୍‌ ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌

ଓଡ଼ିଶା ଷ୍ଟେଟ୍ କର୍ପୋରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍ (ଓମଫେଡ୍) ଜଲଦି ଚକୋଲେଟ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି । ଓମଫେଡ ମ୍ୟାନେଜିଙ୍ଗ ଡିରେକ୍ଟର ବିଜୟ ଅମୃତ କୁଲାଙ୍ଗେ, ଏ ନେଇ ସୂଚନା ଦେଇଛନ୍ତି ।

ଓମଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଛି । ଆସନ୍ତା ୪ ମାସ ଭିତରେ ଓଡ଼ିଶା ବଜାରେ ପାଣି ବିକ୍ରି ଆରମ୍ଭ କରିଦେବ ଓମଫେଡ୍ । ଏହାଛଡ଼ା ବର୍ଷକ ଭିତରେ ଓମଫେଡ୍ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି ।ଏହାଛଡ଼ା ଘିଅ ଉତ୍ପାଦନ ବୃଦ୍ଧି କରିବା ନେଇ ଆଗାମୀ ଦିନରେ ଓମଫେଡ୍ ଯୋଜନା ରଖିଛି। ବର୍ତ୍ତମାନ ସମୟରେ ଓମଫେଡ୍ ମାସକୁ ୧୨୦ ଟନ୍ ଘିଅ ଉତ୍ପାଦନ କରୁଛି।

ଅଧିକ ପଢନ୍ତୁ

Odisha Darpan Digital