ଖୁବ୍ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ଚାଲିଛି, ଆଶା ଖୁବ୍ଶୀଘ୍ର ଫଳ ପ୍ରକାଶ ପାଇବ।ପ୍ରକାଶଥାଉକି, ଏପ୍ରିଲ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ କରାଯାଇଥିଲା ।ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଆଜି ୧୪ ତାରିଖ ହୋଇଥିବା ବେଳେ ଖୁବଶୀଘ୍ର ରେଜଲ୍ଟ ବାହାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଥିଲେ। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ ।
