ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ। ଏହି ନୋଟ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀ (ନୂଆ) ସିରିଜର ୫୦ ଟଙ୍କିଆ ନୋଟ୍ ସହ ଏହି ନୋଟ୍ ଗୁଡ଼ିକର ଡିଜାଇନ୍ ସବୁ ଦୃଷ୍ଟିରୁ ସମାନ।ପୂର୍ବରୁ ଜାରି ହୋଇଥିବା ମହାତ୍ମା ଗାନ୍ଧି ସିରିଜ ନୋଟର ଆକାର ୫୬ମିମିX ୧୩୫ ମିମି ଥିଲା। ଏହି ନୋଟ୍ ଗୁଡିକର ରଙ୍ଗ ଫ୍ଲୋରୋସେଣ୍ଟ ବ୍ଲୁ ଥିଲା। ନୋଟ ଗୁଡିକରେ ରଥ ସହିତ ହାମ୍ପି ମନ୍ଦିରର ଫଟୋ ରହିଛି, ଯାହା ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଛି।
ଅତୀତରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ୫୦ ଟଙ୍କିଆ ନୋଟ ବୈଧ ରହିବ ବୋଲି କୁହାଯାଇଛି।