ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟରେ ସମସ୍ତ ଆଇନକୁ ସିଙ୍ଗଲ window ବ୍ୟବସ୍ଥାରେ ପରିଣତ କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ’ (OPLE) ଏବଂ ‘ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ’ରେ ପରିବର୍ତ୍ତନ କରାଯିବ। ଏହି ନୂଆ ଆଇନ ଦ୍ୱାରା ଜମିଜମା ବିବାଦର ସ୍ଥାୟୀ ସମାଧାନ ହେବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟା ଅଧିକ ଦ୍ରୁତ ହେବ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆ ଆଇନର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ ସରିଛି। ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ନିମ୍ନଲିଖିତ ପଦକ୍ଷେପ ନିଆଯିବ। ଅନୁମୋଦନ ପରେ ଚିଠା ପ୍ରସ୍ତାବକୁ ଏକ ମାସ ପାଇଁ ୱେବସାଇଟରେ ରଖାଯାଇ ଲୋକଙ୍କ ମତାମତ ଲୋଡ଼ାଯିବ। ସମସ୍ତଙ୍କ ମତାମତ ପରେ ଏହା ଆଇନ ବିଭାଗକୁ ଯିବ ଏବଂ ପରେ କ୍ୟାବିନେଟ୍ର ମୋହର ବାଜିବ। ଆସନ୍ତା ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବ ଏବଂ ପାସ୍ ହେବା ପରେ ଏହା ନୂଆ ଆଇନରେ ପରିଣତ ହେବ।
