ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ । ତେବେ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦାମ୍ ।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୭୦ ଟଙ୍କା ରହିଛି । ଗତକାଲି ଏହା ୯୯,୬୦୦ ଟଙ୍କା ଥିଲା । ଏଥିରେ ୧୬୩୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୧,୩୦୦ ଟଙ୍କା ଥିଲା । ଏଥିରେ ୧,୫୦୦ ଟଙ୍କା ହ୍ରାସ ହୋଇଛି । ତେବେ ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୪୮୦ ଟଙ୍କା ରହିଛି । ଗତକାଲି ଏହା ୭୪,୭୦୦ ଟଙ୍କା ଥିଲା । ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି ।ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୭, ୯୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୮୯, ୮୦୦ ଟଙ୍କା ରହିଛି ।