ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ

ଖେଦାପଡା-୨୭/୦୩/୨୦୨୫ । ଇମ୍ଫା ଶିଳ୍ପାଞ୍ଚଳର ପାର୍ଶ୍ଵବର୍ତ୍ତୀ ଗ୍ରାମ ଖେଦାପଡ଼ା ଠାରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ , ଇମ୍ଫା ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ବାରା ୨୦୨୪-୨୫ ଆର୍ଥିକ ବର୍ଷରେ ଏହାର ସାମାଜିକ ଦାୟୀତ୍ଵବୋଧ କାର୍ଯ୍ୟକ୍ରମ ଜରିଆରେ ପ୍ରତିଷ୍ଠିତ ଏକ , ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଇମ୍ଫା ଶିଲ୍ପ ଗୋଷ୍ଠୀ ର ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ-ତଥା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମାନ୍ ବିଜୟନନ୍ଦ ମହାପାତ୍ର ଙ୍କ କରକମଳରେ , ଇମ୍ଫା ଶିଳ୍ପ ଗୋଷ୍ଠୀର ବ୍ୟବସାୟିକ ମୁଖ୍ୟ ଶ୍ରୀମାନ୍ ସୁରେଶ କୁମାର ବାବୁ , ଇମ୍ଫା ଥେରୁବାଲିର ଉପସଭାପତି-ତଥା-ନିର୍ବାହୀ ଅଧିକାରୀ ଶ୍ରୀମାନ୍ ଆଶିଷ କୁମାର ରାୟ , କୋଲନାରା ପଂଚାୟତ ସମିତିର ଉପଧକ୍ଷ୍ୟ ଶ୍ରୀମାନ୍ ହଲଧର ହିମିରିକା , ଖେଦାପଡା ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମାନ୍ ନରସିଂହ କିଲାକା ଓ ଗ୍ରାମର ବରିଷ୍ଠ ନାଗରିକ ଓ ଗ୍ରାମବାସୀ ଙ୍କ ସଦୟ ଉପସ୍ଥିତିରେ ଶୁଭ ଉଦଘଟିତ ହୋଇଯାଇଛି ।

ଏହି ସମାରୋହରେ ଅନେକ ସମ୍ମାନିତ ବ୍ୟକ୍ତି, ଶତାଧିକ ଗ୍ରାମବାସୀ, ପୁରୁଷ ଓ ମହିଳା, ଏହି କାର୍ଯ୍ୟକ୍ରମ ଦେଖିବାକୁ ଉପସ୍ଥିତ ଥିଲେ। ଖେଦାପଡ଼ା ର ଆଦିବାସୀ ସମୁଦାୟ ଗ୍ରାମଦେବୀଙ୍କ ବିଜେ ସ୍ଥଳୀ ରେ ପାରମ୍ପାରିକ ପୂଜା ସହିତ ସମ୍ମାନିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ତାଙ୍କୁ ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ଘିରିକା ନାଚ ଓ ବାଦ୍ୟ ର ତାଳେ ତାଳେ ପାଛୋଟି ନେଇଥିଲେ “ଅତିଥି ଦେବୋ ଭବ” ର ମନୋଭାବନେଇ ସମ୍ମାନିତ ଅତିଥି ମାନଙ୍କୁ ଆଦିବାସୀ ପରମ୍ପରାନୁସାରେ ଉତ୍ତରୀୟ ପ୍ରଦାନ କରାଯାଇ, ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ ଙ୍କର ବୈଦିକ ନିତୀ ନିୟମ ଅନୁଯାୟୀ ପୂଜା ଆୟୋଜିତ କରାଯାଇଥିଲା। ମୁଖ୍ୟ ଅତିଥି , ଶ୍ରୀ ବିଜୟନନ୍ଦ ମହାପାତ୍ର ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ର ଫଳକ ଉନ୍ମୋଚନ କରିବା ପମ୍ପ ଚାଲୁକରି ପ୍ରକଳ୍ପକୁ ଉଦ୍ଘାଟିତ କରିଥିଲେ ଓ ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେଇ ଏହି ଅଞ୍ଚଳର ସାମାଜିକ ବିକାଶ ପାଇଁ ଆଗାମୀ ସମୟରେ ଇମ୍ଫାର ସହଯୋଗ ରହିବ ବୋଲି ଆଶ୍ୱସ୍ତ କରିବା ସହ ଲୋକଙ୍କର ସହଯୋଗ କାମନା କରିଥିଲେ। ପଂଚାୟତ ସମିତି ଉପାଧ୍ୟକ୍ଷ ଓ ଖେଦପଡା ସରପଞ୍ଚ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଇମ୍ଫାର ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଅବଦାନର ପ୍ରଶଂସା କରି, ଇମ୍ଫାକୁ ଏହି ଅଞ୍ଚଳର “ଭାତହାଣ୍ଡି ” ବୋଲି ବର୍ଣ୍ଣନା କରିଥିଲେ ଓ ଏକ ଉତ୍ତମ ଶିଳ୍ପ ସମ୍ପର୍କର ଆବଶ୍ୟକତା ରହିଛି ବୋଲି ଅଲୋଚନା କରିଥିଲେ। ଖେଦପଡା ଗ୍ରାମର ବରିଷ୍ଠ ନାଗରିକ -ତଥା-ଶ୍ରୀରାମ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀମାନ୍ ଶ୍ରୀ ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ଗ୍ରାମର ଅନ୍ୟତମ ବରିଷ୍ଠ ନାଗରିକ ଶ୍ରୀମାନ୍ କିଶୋର ଚନ୍ଦ୍ର ପାଣିଗ୍ରାହୀ,ଶ୍ରୀମାନ୍ ଜେ.ନାରାୟଣ ରାଓ , ଶ୍ରୀମାନ ଗୋପାଳ ସିଂହ ଙ୍କ ଉପସ୍ଥିତିରେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଶ୍ରୀମାନ୍ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ ଜଣାଇଥିଲେ। ଇମ୍ଫାର ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ-ତଥା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଇମ୍ଫା ଶିଳ୍ପ ଗୋଷ୍ଠୀର ବ୍ୟବସାୟିକ ମୁଖ୍ୟ, ଇମ୍ଫା ଥେରୁବାଲିର ଉପସଭାପତି-ତଥା-ନିର୍ବାହୀ ଅଧିକାରୀ ଖେଦାପଡ଼ା ର କନ୍ୟା ଏକ୍ସପ୍ରେସ୍ କାର୍ଯ୍ୟକ୍ରମ ର ହିତାଧିକାରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ।

ଅଧିକ ପଢନ୍ତୁ