‘ସୁଭଦ୍ରା’ ଯୋଜନା ଅଭିଯୋଗ ସମାଧାନ ମଡ୍ୟୁଲରର ଆରମ୍ଭ । ଉଦ୍ଘାଟନ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଦୂର ହେବ ସମସ୍ୟା। ନୂଆ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ଯୋଜନାରେ ସାମିଲ ହୋଇପାରିବେ ଯୋଗ୍ୟ ହିତାଧିକାରୀ। ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡିଛନ୍ତି । ଲୋକଙ୍କ ଅଭିଯୋଗଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ । ଏହାର ଷ୍ଟାଟସ୍ ବା ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ । ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡ଼ିଲେ ? କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ? ଏ ସବୁ ପ୍ରଶ୍ନର ଉତ୍ତର ପୋର୍ଟାଲରେ ପାଇପାରିବେ ହିତାଧିକାରୀ । ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାକୁ ପୂରିବ ବର୍ଷେ । ୩୪୮ ସୁଭଦ୍ରା ସିଡିପିଓ ୟୁନିଟରେ ହେବ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ । ଅକ୍ଟୋବର ୧୫ ଯାଏଁ ଚାଲିବ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ।
