ଖୋଲୁଛି ବାଂଲାଦେଶୀ ନାବାଳିକା ପେଡି। ଆଉ କିଛି ଦଲାଲଙ୍କ ନାଁ କହିଲେ ନାବାଳିକା ।

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଆଉ ଜଣେ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଗିରଫ ଦଲାଲ ହେଲେ ଅବଦୁଲ ସୟଦ ସୁଲେମାନ । ତାଙ୍କ ଠାରୁ କିଙ୍ଗ କିନ୍ ଗୋପୀର କିଛି ତଥ୍ୟ ମିଳିଥିବା ଜଣାପଡ଼ିଛି ।ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇଦିନ ତଳେ ଅଭିଯୁକ୍ତ ଦମ୍ପତିଙ୍କୁ କଟକ ଗୋପାଳପୁରରୁ ଗିରଫ କରିଥିଲା ପୁଲିସ୍‌। ସେମାନେ ହେଲେ ଓମ୍‌ ପ୍ରକାଶ ଚୋଧୁରୀ ଓ ଜସ୍ମୀନ ଚୈଧୁରୀ। ସୋମବାର ପୁଲିସ୍‌ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ସେହି ସମୟରେ ଦଲାଲ ଅବଦୁଲ ସୟଦୁଲ ସୁଲେମାନ ଧରାପଡ଼ିଥିଲା। ସୁଲେମାନ ଏହି ଘଟଣାର ମୁଖ୍ୟ ଦଲାଲ ବୋଲି ଜଣାପଡିଛି। ଏହା ବ୍ୟତୀତ ଅନ୍ୟ ଜଣେ ଦଲାଲକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ବଡ଼ କଥା ହେଉଛି, କେବଳ ଭୁବନେଶ୍ବର, କଟକ ନୁହେଁ, ପଶ୍ଚିମବଙ୍ଗ ଲିଙ୍କ ଥିବା ଉଦ୍ଧାର ବାଂଲାଦେଶୀ ନାବାଳିକା ଠାରୁ ଜାଣିବାକୁ ପାଇଛି ପୁଲିସ ।

ଏଥିରେ ଏକାଧିକ ଲୋକଙ୍କର ସଂପୃକ୍ତି ଥିବା କହିଛି ନାବାଳିକା । ଭୁବନେଶ୍ୱର, ପଶ୍ଚିମବଙ୍ଗ ଓ କଟକକୁ ମିଶାଇ ନାବାଳିକା ଏକାଧିକ ଲୋକଙ୍କ ନାଁ କହିଛି । ଏମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ନବାଳିକାମାନେ ଅଭିଯୁକ୍ତ ସୁଲେମାନକୁ ଚିହ୍ନଟ କରିଛି। ଏହି ମାମଲାରେ ସୋମ‌ବାର କଟକ ସିଟି ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି। ପୀଡ଼ିତାଙ୍କୁ ବାଂଲାଦେଶରୁ ଅଣାଯାଇ ଓଡ଼ିଶାରେ କେଉଁ କେଉଁ ସ୍ଥାନରେ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା? ତାହାର ତଦନ୍ତ କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital