ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟ ନାରାୟଣ କ୍ଳବ୍,ମା ବାଗଦେବୀ ଯୁବକ ସଂଘ ତରଫରୁ ଅଗ୍ରପୂଜ୍ୟ ଙ୍କ ଭସାଣି ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।କ୍ଳବ୍ ର ସଦସ୍ୟ ମାନେ ଅଗ୍ରପୂଜ୍ୟ ଙ୍କ ମୂର୍ତ୍ତି ଙ୍କୁ ଘଣ୍ଟ, ମହୁରୀ ବଜାଇ ବାଜା, ବାଣ ଫୁଟାଇ ,ନାଚ, ଗୀତ କରି ଗ୍ରାମ ପରିକ୍ରମା କରାଇ ନଦୀ ରେ ବିସର୍ଜନ କରିଥିଲେ।ଗଣପତି ବାବା ମୋରିଆ,ଘଣ୍ଟ ,ବାଜା ,ବାଣ ରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।ନୂଆଗାଁ ଗଜାନନ କ୍ଳବ୍ ,ନୂଆସାହି ବାପୁଜୀ ସଂଘ ତରଫରୁ ଗଜାନନ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ ଗଜାନନ କ୍ଳବ୍ ର ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ନୀଳ ରଙ୍ଗର ଟି ସାର୍ଟ ପିନ୍ଧି ଗଣେଶ ମୂର୍ତ୍ତି ଙ୍କୁ ବିରାଟ ପଟୁ ଆରରେ ବାଜା , ବାଣ ଫୁଟାଇ ଗ୍ରାମ ଓ ବଜାର ପରିକ୍ରମା କରାଇ ଗଣେଶ ମୂର୍ତ୍ତି କୁ ନୂଆଗାଁ ଶିବ ମନ୍ଦିର ନିକଟସ୍ଥ ପୋଖରୀରେ ବିସର୍ଜନ କରିଥିଲେ।ସେହିପରି ନୂଆଗାଁ ବାପୁଜୀ ସଂଘ ତରଫରୁ ଏକ ବିରାଟ ପଟୁଆରରେ ସଂଘର ସଦସ୍ୟ ମାନେ ବାଜା , ବାଣ ଫୁଟାଇ ନାଚ,ଗୀତ କରି ଗଣେଶ ମୂର୍ତ୍ତି ଙ୍କୁ ଗ୍ରାମ ଓ ବଜାର ପରିକ୍ରମା କରାଇ ପୋଖରୀରେ ବିସର୍ଜନ କରିଥିଲେ। ଉଭୟ କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା କିଛି ସମୟ ପାଇଁ ଢୋଲ,ମହୁରୀ , ଘଣ୍ଟ ଶବ୍ଦରେ ନୂଆଗାଁ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। କୋରଡ଼ା ଗଡ ଗଜାନନ କ୍ଳବ୍, ବାଲୁଙ୍କେଶ୍ୱର କ୍ଲବ୍ , ଓମ୍ ସାଇ କ୍ଲବ୍ ର ସଦସ୍ୟ ମାନେ ମହା ସମାରୋହ ରେ ଭସାଣି ଉତ୍ସବ ପାଳନ କରିଥିଲେ।ସେହିପରି ଭାବେ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଗ୍ରାମ ରେ ଥିବା କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।
