ନୂଆଗାଁ – ନୂଆଗାଁ ଥାନା ପୋଲିସ ଗଞ୍ଜେଇ ସହ ଏକ କାର ଗାଡିକୁ ଜବତ କରିବା ସହିତ କାହାକୁ ଗିରଫ କରାଯାଇନାହିଁ l ସୂଚନା ଥlଉକି ଗତକାଲି ଏକ କାର ଗାଡି ନମ୍ୱର ଓ ଆର ୦୨ ବିସି ୪୨୭୭ ଦଶପଲ୍ଲା ରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ଗାଡି ଡ଼୍ରାଇଭର ସହିତ ଗଞ୍ଜେଇ ବେପାରି ପାଟି ତୁଣ୍ଡ ହେଇଥିଲା l ଯାହା ଫଲରେ ଉଭୟ ଗାଡ଼ି ଛାଡି ପଳାଇ ଥିଲେ l ଖବର ପାଇ ନୂଆଗାଁ ଥାନା ପୋଲିସ ପହଞ୍ଚି ଗାଡ଼ିକୁ ଥାନlକୁ ଆଣିଥିଲେ l ସେଥିରେ ୧୧କେଜି ଗଞ୍ଜେଇ ଥିଲା l ଏ ନେଇ ୮୮/୨୫ରେ ମାମଲା ରୁଜ୍ଜୁ କରିଥିବା ଥାନl ଅଧିକାରୀ ରଶ୍ମି ରଂଜନ ସାହୁ ସୂଚନା ଦେଇଛନ୍ତି l
