ମାସେ ବଢିଲା ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପିୟୁସିସି ବିନା ଗାଡ଼ିକୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଘୋଷଣା ହୋଇଥିଲା। ଏହା ସହ ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ ବୋଲି ସୂଚନା ଦେଇଥିଲେ ପରିବହନ କମିଶନର ଅମିତାଭ ଠାକୁର। ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଅବଧିକୁ ବୃଦ୍ଧି କରାଯାଇଛି । ବିଭାଗର ନିର୍ଦ୍ଦେଶକ୍ରମେ, ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡାକଡି କରାଯିବ । ଫେବୃଆରୀ ୧ ପୂର୍ବରୁ ପିୟୁସିସି ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି ।
