ଆଜି ମାଟ୍ରିକ୍ ପରୀକ୍ଷାର ଗଣିତ ପରୀକ୍ଷା ଦେଉଥିଲେ ୧୦ମ ପରୀକ୍ଷାର୍ଥୀ। ବର୍ତ୍ତମାନ ଶେଷ ହୋଇଛି ଗଣିତ ପରୀକ୍ଷା। ଏହି ପରୀକ୍ଷାରେ କପି କରି ଧରାପଡ଼ିଛନ୍ତି ୫ ଜଣ ପରୀକ୍ଷାର୍ଥୀ।ଏଥର ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ୬୦୦ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ର ରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି । ଆଜି ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୯୦ ଟି ସ୍କ୍ୱାଡ୍ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରୁଛନ୍ତି ।
