ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି 

ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା ଦୟା ନଦୀ କୂଳ। ଏଥିଲାଗି ସେଠାରେ ବିସର୍ଜନ ପାଇଁ ବିଏମସି ତରଫରୁ ବିଶେଷ ଆୟୋଜନ ହୋଇଛି। ଅନ୍ୟପକ୍ଷେ, ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ ବିଏମ୍‌ସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମ୍‌ସି ବିସର୍ଜନ କରିବ। ଏ ନେଇ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମୂର୍ତ୍ତିକୁ ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ସଠିକ ଭାବେ ଯଥା ସ୍ଥାନରେ ରଖିବେ। ଡେପୁଟି କମିଶନର ଏହାର ତଦାରଖ କରିବେ। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂତ୍ତି ପହଞ୍ଚାଯିବ। ଏନେଇ ଶ୍ରମିକ ଆବଶ୍ୟକ ହେଲେ ଏନ୍‌ଜିଓ ମାଧ୍ୟମରେ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ରାଜଧାନୀରେ ୮ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପର ତାଲିକା ଜାରି ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital