ଜାନୁଆରୀ ୧୮ରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪.୨୧ ଲକ୍ଷ ପକ୍ଷୀଙ୍କ ଆଗମନ ରେକର୍ଡ କରିଛି।ଗତବର୍ଷ ଠାରୁ ଚଳିତ ଥର ହୀରକୁଦକୁ ଆସିଛନ୍ତି ପ୍ରାୟ ୪୪ ହଜାର ଅଧିକ ପକ୍ଷୀ।ସବୁଠାରୁ ଅଧିକ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ଲୋକପ୍ରିୟ ଜଳପକ୍ଷୀ ଏବଂ ୱାଡର ଯେପରିକି ଟଫ୍ଟେଡ୍ ଡକ୍ସ, ହ୍ୱିସିଲିଂ ଡକ୍ସ, ଗ୍ରେବସ୍, ବାର୍-ହେଡେଡ୍ ଗିଜ୍, ବ୍ରାହ୍ମଣୀ ଡକ୍ସ, ଗାଡୱାଲ୍ସ, ୟୁରେସିଆନ୍ ୱିଜିଅନ୍ସ, ନର୍ଦର୍ଣ୍ଣ ପିଣ୍ଟେଲ୍ସ, ନର୍ଦର୍ଣ୍ଣ ସୋଭେଲର୍ସ, ରେଡ୍-କ୍ରେଷ୍ଟଡ୍ ପୋଚାର୍ଡସ୍, ସ୍ୟାଣ୍ଡପାଇପର୍ସ, ଗୁଲ୍ସ, ଟର୍ଣ୍ଣ, ପ୍ରାଟିନକୋଲ୍ସ, କିଙ୍ଗଫିସର୍ସ, ଇଣ୍ଡିଆନ୍ ସ୍କିମର୍ସ, କରମୋରାଣ୍ଟସ୍, ଇଗ୍ରେଟ୍ସ, ହେରନ୍ସ ଏବଂ ପ୍ଲୋଭର୍ସ ଥିଲେ।
