ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ।

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ ନିଷ୍ପଭି ନେଇପାନ୍ତି ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ବୋର୍ଡ। ତେବେ ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ। ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ।

ଅଧିକ ପଢନ୍ତୁ

Odisha Darpan Digital