ଗତ ୧୦ଦିନ ମଧ୍ୟରେ ଶ୍ରୀମନ୍ଦିରରେ ତିନୋଟି ହିଡେନ କ୍ୟାମେରା ଜବତ। ଆଜି ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା କରାଯାଉଛି। ପ୍ରତିଶ ପାଲ ନାମକ ଏହି ଯୁବକ ପଶ୍ଚିମ ବର୍ଦ୍ଧମାନର ଅଧିବାସୀ ବୋଲି ଜଣାପଡ଼ିଛି। ତାଙ୍କୁ ଥାନାରେ ଅଟକ ରଖାଯିବା ସହ ତାଙ୍କ ମୋବାଇଲକୁ ଯାଞ୍ଚ କରାଯାଉଥିବା ବେଳେ କ୍ୟାମେରା ଯୁକ୍ତ ଚଷମାକୁ ଜବତ କରାଯାଇଛି।ଗତକାଲି ମଧ୍ୟ ଶ୍ରୀମନ୍ଦିରରୁ ଧରା ହୋଇଥିଲା ହିଡେନ୍ କ୍ୟାମେରାଯୁକ୍ତ ଚଷମା। ଜଣେ ଗୁଜୁରାଟୀ ଭକ୍ତଙ୍କଠାରୁ ଧରାପଡିଥିଲା ହିଡେନ୍ କ୍ୟାମେରା। ବ୍ୟକ୍ତି ଜଣକ ଗୁଜୁରାଟର ବିପୁଲ୍ ପଟେଲ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଥିଲା। କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ମଧ୍ୟ ଚଷମାରେ ସ୍ପାଏ୍ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରାପଡିଥିଲେ। ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଗତ ୧୦ଦିନ ମଧ୍ୟରେ ତିନୋଟି ହିଡେନ୍ କ୍ୟାମେରା ଚଷମା ପିନ୍ଧି ଧରାପଡ଼ିଲେଣି।
