ଗରୁଡ଼ ପକ୍ଷୀ ଉଦ୍ଧାର କଲେ ଚିତ୍ତରଞ୍ଜନ

ନୂଆଗାଁ: ଏବେବି ବଞ୍ଚିରହିଛି ମଣିଷ ପଣିଆ।ପଶୁ ଏବଂ ପକ୍ଷୀ ମାନଙ୍କ ପ୍ରତି ରହିଛି ଅକୁଣ୍ଠ ଭଲ ପାଇବା।ଯାହାକି ପଶୁ କିମ୍ବା ପକ୍ଷୀ ମାନେ ଆହତ ହେଲେ ଉଦ୍ଧାର କରୁଛନ୍ତି ଚିତ୍ତରଞ୍ଜନ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମ ର ଚିତ୍ତରଞ୍ଜନ ଖିଲାର (କାଳିଆ )ଉଦ୍ଧାର କରିଛନ୍ତି ଏକ ଗରୁଡ଼ ପକ୍ଷୀ।ସୂଚନା ଅନୁଯାୟୀ ଚିତ୍ତ ରଞ୍ଜନ ଦଶପଲ୍ଲା ରୁ ଗ୍ରାମ କୁ ଫେରୁଥିବା ବେଳେ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗରୁଡ଼ ପକ୍ଷୀ ଟିକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଗରୁଡ଼ ପକ୍ଷୀ କୁ ଉଦ୍ଧାର କରି ଗ୍ରାମ କୁ ଆଣି ଅମୂଲ ମିଶ୍ରିତ ଜଳ ପିଆଇ ଚିତ୍ତରଞ୍ଜନ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ଙ୍କୁ ଖବର ଦେଇଥିଲେ। ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ଚିତ୍ତରଞ୍ଜନଙ୍କ ଠାରୁ ଗରୁଡ଼ ପକ୍ଷୀ ଟିକୁ ଆଣି ନୂଆଗାଁ ପଶୁ ଚିକିତ୍ସାଳୟ କୁ ଆଣିଥିଲେ।ସେଠାରେ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଗରୁଡ଼ ପକ୍ଷୀଟିର ଚିକିତ୍ସା କରିଥଲେ। ପକ୍ଷୀଟି ସୁସ୍ଥ ହେବାପରେ ଗରୁଡ଼ ପକ୍ଷୀ କୁ ବନରକ୍ଷୀ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital