ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରିଲେ ପ୍ରେମିକ

ମାଲକାନଗିରି ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାର ପର୍ଦ୍ଦାଫାସ । ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ ।ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ହେଲେ ପ୍ରେମିକଙ୍କ କଥାରେ ରାଜି ହୋଇନଥିଲେ ପ୍ରେମିକା। ପ୍ରେମିକା ରାଜି ନହେବାରୁ ଛତିଶଗଡ଼ରୁ ଆଣି ମାଲକାନଗିରି ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରିଥିଲା। ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରେମିକ। ହତ୍ୟାର ପ୍ରାୟ ୨୨ ଦିନ ପରେ ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଠାବ ହୋଇ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମାଲକାନଗିରି ଥାନା ପୁଲିସ । ଛତିଶଗଡ ସୁକୁମା ପୁଲିସର ମିସିଙ୍ଗ ରିପୋର୍ଟ ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ଆଧାରରେ ମାଲକାନଗିରି ପୁଲିସ ପ୍ରେମିକ ଉମେଶ ନାଗଙ୍କୁ ସୁକୁମା ପୋଣ୍ଡୁମ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଧିକ ପଢନ୍ତୁ