ଗହୀରମଥାରେ କଇଁଛଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ । ୬ ଲକ୍ଷ ୬୦ ହଜାର ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ଏବର୍ଷ ମାର୍ଚ୍ଚ ୫ରୁ ୧୦ ତାରିଖ ଯାଏ ୬.୬ ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ସହିତ ଋଷିକୁଲ୍ୟା ନଦୀ ମୁହାଣ ସାମୂହିକ ବସା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ଯାହା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ଦୀର୍ଘ ୩୩ ବର୍ଷ ପରେ ଏକକୂଳା ନାସୀରେ ସମୂହ ଅଣ୍ଡାଦାନ କଲେ ବିରଳ ଅଲିଭ ରିଡ଼ଲେ କଇଁଛ । ତେବେ ପୂର୍ବରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡାଦେବା ନେଇ ବନବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ।
ଦୀର୍ଘଦିନ ଧରି ମାଆ କଇଁଛମାନେ ଗହୀରମଥା ଉପକୂଳରେ ଭିଡ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଅଣ୍ଡାଦାନ କରିପାରୁନଥିଲେ । ୩ ଦିନ ହେବ ପାଗ ଅନୁକୂଳ ହେବାପରେ ୬ ଲକ୍ଷରୁ ଉର୍ଦ୍ଧ୍ବ କଇଁଛ ସମୁହ ଅଣ୍ଡାଦାନ କରିଛନ୍ତି ।ଅନ୍ୟପଟେ କଇଁଛଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସାମୁଦ୍ରିକ ପୋଲିସ ସହଯୋଗରେ ୬୭ ଟି ପାଟ୍ରୋଲିଂ କ୍ୟାମ୍ପ (୬୨ଟି ସମୁଦ୍ର କୂଳ, ୫ଟି ସମୁଦ୍ର କୂଳ) ପ୍ରତିଷ୍ଠା କରିଛି। ୨୪ ଘଣ୍ଟା ନିରୀକ୍ଷଣ ପାଇଁ ହାଇ-ସ୍ପିଡ୍ ଜାହାଜ ସମେତ ୨୨ ଟି ପାଟ୍ରୋଲିଂ ବୋଟ ୟୋଜିତ କରିଛି ।