ଗହୀରମଥା ସମୁଦ୍ର କୂଳରୁ ମୃତ ତିମି ଉଦ୍ଧାର । ୩୨ ଫୁଟ ଲମ୍ବ ଓ ସାଢ଼େ ୩ ଫୁଟ ଓସାର ତିମିର ମୃତଦେହ ମୁହାଣରୁ ମିଳିବା ପରେ ବନବିଭାଗ ପକ୍ଷରୁ ହୋଇଛି ତନାଘନା ଓ ତଦନ୍ତ।ସୂଚନାନୁଯାୟୀ, ଗହୀରମଥା ଅଭୟାରଣ୍ୟ ମାଦେଲି ମୁହାଣରେ ଗତକାଲି ଏକ ବିରାଟ ତିମିର ମୃତ ଦେହ ଲାଗିଥିଲା। ଏହା ମୁହାଣରେ ଲାଗିବା ପରେ ବନବିଭାଗ ଏହାର ବ୍ୟବଚ୍ଛେଦ ପାଇଁ ଗତକାଲି ରାଜନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିଠି ଲେଖିଥିଲା।ତିମିଟି ଗଭୀର ସମୁଦ୍ରରେ ଥିଲା ଏବଂ ପ୍ରାୟ ୧୫ଦିନ ଆଗରୁ ଏହାର ମୃତ୍ୟୁ ହୋଇଛି। ଏହି ତିମି ଶରୀରରୁ ପ୍ରାୟ ୬୦-୭୦% ନଷ୍ଟ ହୋଇଯାଇଛି। ଏହି ତିମିର ବୟସ ଖୁବ କମ ଏହାର ଲମ୍ବା ୩୨ଫୁଟ ଓ ଓସାର ସାଢ଼େ ୩ ଫୁଟ ଅଛି। ତଦନ୍ତ ସମୟରେ ଶରୀରର ଅଧିକାଂଶ ଅଂଶ ନଷ୍ଟ ହୋଇଯିବା କାରଣରୁ କିଛି ଅଂଶକୁ ସଂଗ୍ରହ କରି ଗୋପାଳପୁରରେ ଥିବା ବନବିଭାଗ ଲ୍ୟାବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ସମୁଦ୍ରର କୌଣସି ସ୍ଥାନରେ ତାକୁ ଆଘାତ ଲାଗିଥିବାବେଳେ ତାର ଗଭୀର ସମୂଦ୍ରରେ ହିଁ ମୃତ୍ୟୁ ହୋଇଛି । ପରେ ଏହା ଭାସି ଭାସି ଆସି କୂଳରେ ଲାଗିଥିବା ବନବିଭାଗ ଅନୁମାନ କରୁଛି ।
