ଗାଁରେ ବୁଲୁଛି ଅଜଣା ଜନ୍ତୁ,ଗାଁ ରେ ଖେଳିଯାଇଛି କୋକୁଆ ଭୟ

କାମାକ୍ଷାନଗର ନିକଟବର୍ତ୍ତୀ ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଭୟଭୀତ ଗ୍ରାମବାସୀ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହର ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ଅଜଣା ଜନ୍ତୁଟି ଦୁଇ, ତିନି ଦିନ ଧରି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଜନ୍ତୁକୁ ନେଇ ଗାଁ ରେ ଭୟର ବାତାବରଣ ଦେଖାଦେଇଛି l

ଗାଁ ରେ କୋଡିଏ ପରିବାର ରହୁଥିବା ବେଳେ ଗାଁ ଟି ଜଙ୍ଗଲ ନିକଟରେ ରହିଛି l ଗତ ଦୁଇ, ତିନି ଦିନ ଧରି ଅଜଣାଜନ୍ତୁଟି ଗାଁ ଭିତରକୁ ପଶି ଆସିଥିବା ବେଳେ କିଛି ଗାଁ ଲୋକେ ଏହାର ଭିଡ଼ିଓ ଓ ଫୋଟୋ ଉଠାଇଥିଲେ lକିପରି ଜନ୍ତୁଟିକୁ ଚିହ୍ନଟ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ, ସେ ନେଇ ଗ୍ରାମବାସୀ ଦାବି କରିଛନ୍ତି । ଏ ସଂପର୍କରେ ବନବିଭାଗ ସହିତ ଯୋଗାଯୋଗ କରାଯାଇଥିବାବେଳେ ସେମାନେ ଏ କଥାକୁ ଅସ୍ବୀକାର କରିବା ସହ ସେହିଭଳି ଜନ୍ତୁ ଆମ ଅଞ୍ଚଳରେ ନଥିବା କଥା କହିଛନ୍ତି ।

ଅଧିକ ପଢନ୍ତୁ