ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। ଚାରିଆଡେ ବନ୍ୟାପାଣି

କେନ୍ଦ୍ରାପଡାରେ ବନ୍ୟା ବିଭୀଷିକା ଭିତରେ ଦେଖାଦେଇଛି କୁମ୍ଭୀର ଭୟ । ଚଉଦ କୁଲାଟ ଅଞ୍ଚଞ୍ଚଳରେ ଅନେକ କୁମ୍ଭୀର ବୁଲୁଥିବା ନେଇ ଖବର ମିଳିଛି । ବ୍ରାହ୍ଣଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀର ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାତିରେ ଘରୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ଭିତରେ କୁମ୍ଭୀରଙ୍କୁ ଦେଖିବା ଏକ ସାଧାରଣ ଘଟଣା ହୋଇପଡ଼ିଛି, ଯାହା ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଜିଲା ପ୍ରଶାସନ ଏବଂ ବନ ବିଭାଗକୁ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ବନ୍ୟା ଓ କୁମ୍ଭୀର ଭୟରୁ ମୁକ୍ତି ପାଇଁ ସେମାନେ ସରକାରୀ ସହାୟତା ଆଶା କରୁଛନ୍ତି।

ଅଧିକ ପଢନ୍ତୁ

kc ads