ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ,ଓଡ଼ଗାଁରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ।

ଓଡ଼ଗାଁ କଲେଜ ରୋଡରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ,ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଓଡ଼ଗାଁ କ୍ଲଷ୍ଟର ର ସି ଆର ସି ସି ନରେଶ ପାଣିଗ୍ରାହୀ , ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଅତିଥି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ,ପ୍ରକୃତିବନ୍ଧୁ ତଥା ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ , କଳା ଶିକ୍ଷକ ଶ୍ରୀଯୁକ୍ତ ଏକଲବ୍ୟ ଦାସ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁ ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ପ୍ରଦର୍ଶନୀକୁ ସଫଳ କରାଇଥିଲେ ।

ପ୍ରଦର୍ଶନୀରେ ବିଜ୍ଞାନ ବିଭାଗରେ ୨୪ ପ୍ରକଳ୍ପ , ଚିତ୍ର କଳା ବିଭାଗରେ ୩୬ ଟି ପ୍ରକଳ୍ପ ଏବଂ ହସ୍ତଶିଳ୍ପ ବିଭାଗରେ ୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲ । ସ୍କୁଲର ପ୍ରିନ୍ସିପାଲ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଓ ଉପଦେଷ୍ଟା ଶ୍ରୀଯୁକ୍ତ ବିଶ୍ବରଂଜନ ମହାପାତ୍ରଙ୍କ ମିଳିତ ସହଯୋଗରେ ପ୍ରଦର୍ଶନୀଟି ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀରେ ଉତ୍ତିର୍ଣ୍ଣ ଛାତ୍ର ଓ ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରିନ୍ସିପାଲଙ୍କ ସୂଚନା । ସମସ୍ତ ଶିକ୍ଷୟତ୍ରୀ, ସେବିକା ଏବଂ ଅଭିଭାବକଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଏଭଳି ଏକ ପ୍ରଦର୍ଶନୀ ସମ୍ଭବ ହୋଇ ପାରିଛି ।

ଅଧିକ ପଢନ୍ତୁ