ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।ଏନେଇ ରାଜ୍ୟର ଡାଏରୀ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ପ୍ରାଚୀନ କାଳରୁ ହିଁ ଭାରତରେ ଲୋକଙ୍କ ଜୀବନରେ ଗାଈଙ୍କ ସ୍ଥାନ ଉପରେ ରହିଛି । ଗାଈର ବୈଜ୍ଞାନିକ, ଧାର୍ମିକ ଏବଂ ସାଂସ୍କୃତିକ ମହତ୍ୱ ରହିଛି । ଏଥିପାଇଁ ଗାଈଙ୍କୁ କାମଧେନୁ କୁହାଯାଏ । ସନାତନ ଧର୍ମରେ ଗାଈକୁ ମାତା ଭାବରେ ବିବେଚନା କରାଯାଏ। ଆହୁରି ମଧ୍ୟ ଏହି ଧର୍ମରେ ଗାଈକୁ ପୂଜା କରାଯାଏ। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଦେବତା ଓ ଦେବୀ ଗାଈଙ୍କଠାରେ ବାସ କରନ୍ତି। ଡାଏରୀ ବିଭାଗ ନିଜ ଆଦେଶରେ କହିଛି ଯେ ରାଜ୍ୟରେ ଦ୍ରୁତ ଗତିରେ ଦେଶୀ ଗାଈ ପ୍ରଜାତି କମ ହେବାରେ ଲାଗିଛି । ଏଥିପାଇଁ ସେମାନଙ୍କ ସଂରକ୍ଷଣ କରାଯିବା ଜରୁରି ହୋଇଛି ।ଏଥିପାଇଁ ଗାଈକୁ ଆମେ ରାଜ୍ୟ ମାତାର ମାନ୍ୟତା ଦେଉଛୁ । ସରକାର କ୍ୟାବିନେଟ୍ ବୈଠକରେ ଗାଈଙ୍କ ସଂରକ୍ଷଣ ପାଇଁ ଏକ ଯୋଜନାା ମଧ୍ୟ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ