ବ୍ରହ୍ମପୁରରେ ଥିବା ଏକ ଘରୋଇ ବସ୍ର ଚାଲାଣ ଉତ୍ତର ପ୍ରଦେଶର ଆଗ୍ରା ସହରରେ କଟିଛି| ବସ୍ ମାଲିକଙ୍କ ମୋବାଇଲକୁ ଅସିଛି ୭୫ ହଜାର ୫୨୦ ଟଙ୍କାର ଚାଲାଣ। ଏ ନେଇ ବସ୍ ମାଲିକ ପ୍ରକାଶ ଚନ୍ଦ୍ର ଦାସ ଗଞ୍ଜାମ ପରିବହନ ବିଭାଗର ଦ୍ବାରସ୍ଥ ହୋଇଛନ୍ତି । ଗୋଟିଏ ନମ୍ବରରେ ଦୁଇଟି ବସ୍ ଚାଲିଛି। ଏମିତିକି ସେ ଅଭିଯୋଗ କରିଛନ୍ତି ଚାଲାଣ ସମୟରେ ଯେଉଁ ଫଟୋ ଅପଲୋଡ ହୋଇଛି ତାହା ତାଙ୍କ ଗାଡି ନୁହେଁ ।ତାଙ୍କ ଗାଡିର ନମ୍ବର ଲଗାଇ ଅନ୍ୟ ଏକ ଗାଡି ଚାଲୁଛି ବୋଲି କହିଛନ୍ତି। ବ୍ରହ୍ମପୁର ଅଚଂଳର ଏହି ବସର ନମ୍ବର ହେଉଛି OD05N0770 । ଆସନ୍ତା ୨୮ରେ ଗାଡ଼ିର ଫିଟନେସ୍ ଓ ବୀମା ସରିଯାଉଛି। ଏଣୁ ୭୫ ହଜାର ଟଙ୍କାର ଚାଲାନ୍ କଟିଛି | ଅନ୍ୟ ଏକ ଗାଡ଼ି ବେଆଇନ ଭାବେ ତାଙ୍କ ଗାଡ଼ିର ନମ୍ବର ବ୍ୟବହାର କରି ଚଲାଉଥିବାରୁ ଏଭଳି ସମସ୍ୟା ହୋଇଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ କରି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଗାଡ଼ି ମାଲିକ ଅନୁରୋଧ କରିଛନ୍ତି ।
