ଗାର୍ଲଫ୍ରେଣ୍ଡଙ୍କୁ ବାର୍ଥ ଡେରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଚକ୍କରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ଗିରଫ । ମାଲକାନଗିରି ଜିଲ୍ଲାର MV–79 ପୋଲିସ ହାତରେ ଦୁଇ ଅଭିଯୁକ୍ତ ଧରା ପଡ଼ିଛନ୍ତି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୁଲିସ୍ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ସେମାନେ ଗଞ୍ଜେଇକୁ ତେଲଙ୍ଗାନାକୁ ନେଇ ବିକିବାକୁ ଯାଉଥିଲେ । ଗଞ୍ଜେଇ ବିକ୍ରି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ କିଣି ଦେବା ପାଇଁ ଯୋଜନା କରିଥିଲେ। ଚାଲାଣ ପାଇଁ ବ୍ୟବହୃତ ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିଛି। ଉଭୟ ଯୁବକଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
