ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି। ଏହି ଐତିହାସିକ ସଫଳତାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ତରଫରୁ ଯାଂଚ କରାଯାଇଛି । ଏହାସହ ଗିନିଜ ୱାର୍ଲଡ୍ ରେକର୍ଡସ ପକ୍ଷରୁ ଜାନୁଆରୀ ୨୦ ତାରିଖରେ ଏଲଆଇସି ନେଟୱର୍କର ଶ୍ରେଷ୍ଠ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ପ୍ରଦାନ କରିଛି । ଜାନୁଆରୀ ୨୦ ତାରିଖରେ ଦେଶବ୍ୟାପୀ ଏଲଆଇସି ତରଫରୁ ମୋଟ ୮ ଲକ୍ଷ ୮୮ ହଜାର ୧୦୭ ଟି ଜୀବନ ବୀମା ପଲିସି ବିକ୍ରି କରାଯାଇଛି । ଏଲଆଇସି ତରଫରୁ କୁହାଯାଇଛି କି, କମ୍ପାନିର ଇତିହାସରେ ୨୪ ଘଣ୍ଟା ଭିତରେ ଏହା ବିକ୍ରି ହୋଇଥିବା ସର୍ବାଧିକ ପଲିସି । ଏଲଆଇସିର ପରିଚାଳନା ନିର୍ଦେଶକ ତଥା ସିଇଓ ସିର୍ଦ୍ଧାର୍ଥ ମହାନ୍ତି ସମସ୍ତ ଏଜେଣ୍ଟକୁ ଅନୁରୋଧ କରି ଜାନୁୟାରୀ ୨୦ ମ୍ୟାଡ୍ ମିଲିଅନ ଡେ’ ଅବସରରେ ଅତିକମରେ ଗୋଟିଏ ପଲିସି କରିବାକୁ କହିଥିଲେ। ଯାହାଫଳରେ ସଂସ୍ଥା ଏକ ବଡ଼ ସଫଳତା ହାସଲ କରିପାରିଥିଲା ବୋଲି ଏଲଆଇସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
