ଗିରଫର ୪ ଘଣ୍ଟା ପରେ ଜାମିନରେ ବାହାରିଲେ ୭ ରୋଡ୍ ରୋମିଓ

ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ ପୂରୁଣୁ ସେମାନଙ୍କୁ ଜାମିନ୍‌ ମିଳିଛି। ଭୁବନେଶ୍ବର JMFC କୋର୍ଟରୁ ସେମାନଙ୍କୁ ମିଳିଛି ଜାମିନ।ପୁଲିସ ୫ଟି ଦଫା ଲଗାଇଥିଲା। କିନ୍ତୁ ସମସ୍ତ ଦଫା କୋହଳ ଥିବାରୁ ଥାନାରୁ ହିଁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା କଥା। ମାତ୍ର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ନିଜେ କୋର୍ଟରେ ଉପସ୍ଥିତ ନ ଥିଲେ। କୋର୍ଟରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ କୋର୍ଟଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇଥିଲେ କୋର୍ଟ।ତେବେ ୭ ଜଣ ଅଭିଯୁକ୍ତଙ୍କ କହିବା ଅନୁସାରେ, ଆମେ କେହି ହାତ ଉଠାଇ ନାହୁଁ। ମେଜରଙ୍କ ବାନ୍ଧବୀ ଜଣଙ୍କ ଆଗ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ସେମାନେ ନିଶାରେ ଥିଲେ ଆମ ସହ ଆଗୁଆ ଯୁକ୍ତିତର୍କ କରିଥିଲେ। ଭିଡିଓରେ ଦେଖିପାରିବେ ମେଜର ଜଣକ ଆମକୁ ଠେଲାପେଲା କରିଥିଲେ। ଭରତପୁର ଥାନାରେ କ’ଣ ଘଟିଛି ଆମେ ଜାଣିନୁ।

ଅଧିକ ପଢନ୍ତୁ

Odisha Darpan Digital