ଗିରଫ ହେଲା ସ୍ମାର୍ଟ ଶିକାରୀ, ମାରିଦେଲେ ୨୯ ବିଦେଶାଗତ ପକ୍ଷୀ

ଚିଲିକାରେ ୨୯ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର ସହ ଶିକାରୀକୁ ଗିରଫ କରାଯାଇଛି । ଚିଲିକା ବାଲିନାସୀ କୂଳରୁ ବିଦେଶାଗତ ପକ୍ଷୀ ଶିକାରୀ ଗିରଫ ହୋଇଛି। ସେ ବ୍ୟବହାର କରୁଥିବା ବାଇକ, ମୋବାଇଲ ସହ ବାଇନାକୁଲାର ମଧ୍ୟ ପୁଲିସ ଜବତ କରିଛି। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ଦଳ ଉପରେ ନଜର ରଖୁଥିଲା ଶିକାରୀ। ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ମାରୁଥିଲା ଶହ ଶହ ନିରୀହ ପକ୍ଷୀଙ୍କୁ। ତେବେ ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟମାନଙ୍କରେ ଦେଖାଯାଇଥାନ୍ତି।

ଏହି ଜଳାଶୟକୁ ସୁଦ୍ଧା ୪ ଲକ୍ଷ ୯୪ ହଜାର ଅଧିକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇଛି। ତନ୍ମଧ୍ୟରୁ କେବଳ ଚିଲିକା (ନଳବଣ) ଅଭୟାରଣ୍ୟରେ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି। ତେବେ ଆଜି ୨୯ ରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଶିକାର କରି ବିକ୍ରି କରିବାକୁ ନେବାବେଳେ ଅଭିମାନ ପୁର ଚିଲିକା କୂଳରୁ ପକ୍ଷୀ ଶିକାରୀକୁ ମାଡି ବସିଥିଲେ ବନ୍ୟପ୍ରାଣୀ ବିଭାଗ। ଏଥିସହ ୨୫ ରୁ ଅଧିକ ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ।

ଅଧିକ ପଢନ୍ତୁ

Odisha Darpan Digital